ସନ୍ଷ୍ଟାର ଟିଭି ବ୍ୟୁରୋ
ପଟାଙ୍ଗି: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଅପରାହ୍ନରେ କୋଟିଆ ଗସ୍ତ କରିଥିଲେ । ତାଙ୍କ ସହିତ କଂଗ୍ରେସର କର୍ମଚାରୀ ପିସିସି ସଭାପତିଙ୍କ ସହ ଏହି ଗସ୍ତରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସଦନ ନାୟକ, କୈଳାସ କୁଲେସିକା, ଚନ୍ଦ୍ରଶେଖର ମାଝୀ, ରାମଚନ୍ଦ୍ର କାଡ଼ାମ, ସାଂସଦଙ୍କ ପ୍ରତିନିଧି ଅର୍ଜୁନ ବାଙ୍କା, ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକ ସଭାପତି, ଯୁବ ସଭାପତି ଓ କଂଗ୍ରେସ କର୍ମୀ ସାମିଲ ଥିଲେ । ତେବେ ଏହି ସମୟରେ ସେମାନେ କୋଟିଆର ବିଭିନ୍ନ ପରିସ୍ଥିତି ବିଷୟରେ ଅନୁଧ୍ୟାନ କରିଥିଲେ ।
ସେଠାରେ ପିସିସି ସଭାପତି କହିଥିଲେ ଯେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଠାରୁ କୋଟିଆ ଆମର ଥିଲା । ଏବେ ବି ଅଛି, ଆଗକୁ ବି ରହିଥିବ । ଆନ୍ଧ୍ର ସରକାର ନିଜର ବୋଲି ଦାବି କରିବା ଦୁର୍ଭାଗ୍ୟଜନକ । ଓଡ଼ିଆ ସରକାରଙ୍କ ପକ୍ଷରୁ ନିହାତି ଭାବେ କିଛି କାର୍ଯ୍ୟ ଏହି ଅଞ୍ଚଳରେ ହୋଇଛି । ରାସ୍ତାଘାଟ ହୋଇଥିବା ବେଳେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଡାକ୍ତରଖାନା ବି ନିର୍ମାଣ କରାଯାଇଛି । କିନ୍ତୁ ଲୋକଙ୍କର ଯେଉଁ ଆନ୍ତରିକତା ରହିବା କଥା, ତାହା ନାହିଁ । ଏହାପଛର ମୁଖ୍ୟ କାରଣ ହେଲା ଅନେକ ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚି ପାରୁନି । ଲୋକଙ୍କ ଜୀବନ ସହ ଜୀବିକାର ଉନ୍ନତି ନିମନ୍ତେ ଗୁରୁତ୍ବ ଦେବା ଜରୁରୀ । ଆଜି କୋଟିଆ ଗସ୍ତ କରି ଏମିତି ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।