ସନ୍ଷ୍ଟାର ଟିଭି ବ୍ୟୁରୋ
ନାଗପୁର: କରୋନା ସଂକ୍ରମଣ ପାଇଁ ମହାରାଷ୍ଟ୍ରରେ ଦିନକୁ ଦିନ ସ୍ଥିତି ଅଣାୟତ ହେବାରେ ଲାଗିଛି । ତେବେ ଏଭଳି ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ମହାରାଷ୍ଟ୍ର ସରକାର ଉଦ୍ଧବ ଠାକ୍ରେ ନାଗପୁର ସହରକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ତେବେ ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୨୧ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଅତ୍ୟାବଶ୍ୟକୀୟ ସେବା ଯେପରିକି ପନିପରିବା, ଫଳ ଦୋକାନ, ଔଷଧ ଦୋକାନ ଏବଂ ଦୁଗ୍ଧ ଦୋକାନ ଗୁଡିକ ଖୋଲା ରହିବାକୁ ଅନୁମତି ଦିଆଯାଇଛି ।
ତେବେ ଏନେଇ ଉଦ୍ଧବ ଠାକରେ କହିଛନ୍ତି ଯେ ଏକ ମାସ ହେଲାଣି ରାଜ୍ୟରେ ସଂକ୍ରମଣ ସଖ୍ୟା ବୃଦ୍ଧି ପାଉଥିବାରୁ ଆଗକୁ ଏକାଧିକ ଅଞ୍ଚଳକୁ ଲକଡାଉନ କରାଯାଇପାରେ ।
ନାଗପୁର ପୁଲିସ କମିସନରେଟ୍ ଅଧୀନରେ ଆସୁଥିବା ସମସ୍ତ ଅଞ୍ଚଳକୁ ଲକଡାଉନ କରାଯାଇଛି। ଗତ ୨୪ଘଣ୍ଟାରେ ସେଠାରେ ୧୮୦୦ଜଣ କରୋନା ଆକ୍ରାନ୍ତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ମହାରାଷ୍ଟ୍ରରେ ୨୪ଘଣ୍ଟା ମଧ୍ୟରେ ୧୩,୬୫୯ଜଣ କରୋନା ଆକ୍ରାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଶାସନକୁ ପରିସ୍ଥିତି ଦେଖି କୋଭିଡ କଟକଣା ଲଗାଇବାକୁ କହିଥିଲେ । ଏହା ପରେ ନାଗପୁରରେ ଲକଡାଉନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।