ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨୦୧.୭୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି । ବଜେଟ୍ର ଏହି ଚିଠା ପ୍ରସ୍ତାବ ସବ୍କମିଟି ବୈଠକରେ ଗୃହୀତ ହୋଇଛି । ଏହି ବଜେଟ୍ ମଧ୍ୟରେ ରାଜସ୍ବ ଆୟ ୯୦.୮୭ କୋଟି ଟଙ୍କା ଓ ପୁଞ୍ଜି ଆୟ ୯୦.୨୬ କୋଟି ଟଙ୍କା ଲକ୍ଷ୍ୟ ରଖାଯାଇଥିବାବେଳେ ରାଜସ୍ବ ବ୍ୟୟ ୮୮.୯୪ କୋଟି ଓ ପୁଞ୍ଜି ବ୍ୟୟ ୧୧୨.୭୬ କୋଟି ଟଙ୍କା ରଖାଯାଇଛି । ବଜେଟ୍ରେ ୨୦.୫୭ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର (ବିତ୍ତୀୟ ନିଅଣ୍ଟ)କୁ ଦାନ ଓ ଅନ୍ୟାନ୍ୟ କ୍ଷେତ୍ରରୁ ଭରଣା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି ।
ତେବେ ଏହି ବଜେଟ୍ ମଧ୍ୟରେ ବଜେଟରେ ରଥଯାତ୍ରା ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଛି । ସେହିପରି ସେବାୟତଙ୍କ ଚିକିତ୍ସା ସୁବିଧା ପାଇଁ ୫୦ ଲକ୍ଷ ବ୍ୟୟବରାଦ କରାଯାଇଛି । ସେବାୟତଙ୍କ ସହାୟତା ପାଇଁ ୫ କୋଟି ବ୍ୟୟବରାଦ କରାଯାଇଛି । ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ବଜେଟ୍ ଆଗତ ହୋଇଛି । ତେବେ ଆଗାମୀ ତଥା ଶେଷ ପରିଚାଳନା କମିଟି ବୈଠକରେ ଏଥିରେ ଚୂଡ଼ାନ୍ତ ମୋହର ବାଜିବ ।