ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଚଳିତ ବର୍ଷ କରୋନା ମହାମାରୀ ପାଇଁ ପାଠପଢାରେ ଅନିୟମୀତତା ଦେଖାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଅନ୍ଲାଇନ ମାଧ୍ୟମରେ କ୍ଲାସ ଚାଲିଥିବା ବେଳେ କ୍ଲାସରେ ପାଠପଢାର ଗୁରୁତ୍ଵକୁ ଅନୁଭବ କରି କେବଳ ନବମ ଓ ଦଶମ ଶ୍ରେଣୀ ନିମନ୍ତେ ଚଳିତ ବର୍ଷ ଆରମ୍ଭରୁ ବିଦ୍ୟାଳୟମାନଙ୍କରେ ପାଠପଢା ଆରମ୍ଭ କରାଯାଇଛି । ତେବେ ସ୍ଵଳ୍ପ ସମୟ ମଧ୍ୟରେ ଅର୍ଥାତ୍ ୧୦୦ ଦିନରେ ସିଲାବସ୍ ଶେଷ କରିବା ପାଇଁ ଛୁଟି ଦିନ ଅର୍ଥାତ୍ ରବିବାର ଦିନ ମଧ୍ୟ କ୍ଲାସ ଚାଲିଥିଲା । ଆସନ୍ତା ମାସ ଅର୍ଥାତ୍ ଏପ୍ରିଲ ଆରମ୍ଭରୁ ରବିବାର ଦିନ ହେବ ଛୁଟି କ୍ଲାସ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏଥିସହିତ ଏପ୍ରିଲ ମାସ ପ୍ରଥମ ସପ୍ତାହରୁ ହିଁ ରିଭିଜନ କ୍ଲାସ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସିଲାବସ୍ ସରିବାକୁ ବସିଲାଣି ଓ ପିଲାମାନଙ୍କ ଉପସ୍ଥାନ ମଧ୍ୟ ଧିରେ ଧିରେ କମିବାରେ ଦେଖାଯାଉଛି । ସେଥିପାଇଁ ଏପ୍ରିଲ ମାସରୁ ରିଭିଜନ କ୍ଲାସ ଆରମ୍ଭ କରାଯିବ ।
ଆସନ୍ତା ମେ ମାସରୁ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।