ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ନିକଟରେ ପ୍ରକାଶ ପାଇଛି ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ୨୦୨୧ । ସେହି ରିପୋର୍ଟରେ ଯୋଗ୍ୟତା ବା ଦକ୍ଷତା ରିପୋର୍ଟରେ ଭାରତରେ ମହିଳାମାନେ ପୁରୁଷଙ୍କ ଠାରୁ ଆଗରେ ଅଛନ୍ତି । ୩୪.୨୬ ପ୍ରତିଶତ ପୁରୁଷ ନିଯୁକ୍ତକ୍ଷମ ଥିବାବେଳେ ମହିଳାଙ୍କ କ୍ଷେତ୍ରରେ ନିଯୁକ୍ତି କ୍ଷମତା ୪୧.୨୫ ପ୍ରତିଶତ ରହିଛି । ୨୦୨୧ ରିପୋର୍ଟ ଭଳି ୨୦୨୦ ରିପୋର୍ଟରେ ମଧ୍ୟ ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ନିଯୁକ୍ତି ଦକ୍ଷତା ଅଧିକ ରହିଛି ।
୨୦୨୦ରେ ପୁରୁଷଙ୍କ ଦକ୍ଷତା ହାର ୩୪.୨୬ ପ୍ରତିଶତ ଥିବା ବେଳେ ମହିଳାଙ୍କ ନିଯୁକ୍ତିଯୋଗ୍ୟ ହାର ୪୭ ପ୍ରତିଶତ ରହିଥିଲା । ୨୦୧୫ରୁ ୨୦୨୧ ମସିହା ମଧ୍ୟରେ କେବଳ ୨୦୧୮ ଏବଂ ୨୦୧୯ ବର୍ଷକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବର୍ଷରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଦକ୍ଷତା ହାର ଅଧିକ ରହିଥିବା ଇଣ୍ଡିଆ ସ୍କିଲ୍ସ ରିପୋର୍ଟରୁ ଜଣାଯାଇଛି ।