ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ନୂଆପଡା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପାଇଁ ଆଜି ନୂଆପଡା ଅଭିମୁଖେ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ନୂଆପଡା ବାସିନ୍ଦାଙ୍କ ଭଲ ମନ୍ଦ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ । ପ୍ରାୟ ୨୩୩୭ କୋଟି ଟଙ୍କାର ପ୍ରକଳ୍ପର ଲୋକାପର୍ଣ କରିବା ସହିତ ୫୦ କୋଟି ୨୯ ଲକ୍ଷ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ତେବେ ସବୁଠୁ ଅଧିକ ଫୋକସରେ ରହିବ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ଯାହା ମରୁଡ଼ି ପ୍ରବଣ ନୂଆପଡ଼ା ଜିଲ୍ଲାକୁ କରିବ ଚିରହରିତ। ଜିଲ୍ଲାକୁ ଫ୍ଳୋରାଇଡ୍ ମୁକ୍ତ ଓ ଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ ।
ମୁଖ୍ୟମନ୍ତ୍ରୀ ଆଗମନକୁ ନେଇ ନୂଆପଡାରେ ଲୋକମାନେ ବେଶ୍ ଉତ୍ସାହିତ ଥିବା ବେଳେ ସେଠାକାର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଭୁବନେଶ୍ଵର ବିମାନବନ୍ଦରରୁ ସ୍ଵତନ୍ତ୍ର ହେଲିକାପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ନୂଆପଡା ଅଭିମୁଖେ ବାହାରି ସାରିଛନ୍ତି । ଆଉ ଅଳ୍ପ ସମୟ ମଧ୍ୟରେ ସଭାସ୍ଥଳରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।