ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଶିମିଳିପାଳରେ ଲାଗିଥିବା ନିଆଁ ଯୋଗୁ ଜଙ୍ଗଲ ବାତାବରଣ ବେଶ୍ ପ୍ରଭାବିତ ହୋଇଛି । ତାପମାତ୍ରା ବଢ଼ୁଥିବା ସହ ପାଗ ଶୁଖିଲା ଥିବାରୁ ନିଆଁ ବ୍ୟାପିବାର ଆଶଙ୍କା ରହିଛି । ଯାହାକୁ ନେଇ ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ରାଜ୍ୟର ସମସ୍ତ କ୍ଷେତ୍ରୀୟ ସମସ୍ତ ବନ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରିବା ପାଇଁ ପିସିସିଏଫଙ୍କୁ ଚିଠି ଲେଖିଛନ୍ତି । ଶିମିଳିପାଳ ନିଆଁ ଯେମିତି ଅଧିକ ନ ବ୍ୟାପେ ସେ ଦିଗ ପ୍ରତି ଧ୍ୟାନ ଦେବାକୁ ୨୪ଘଣ୍ଟା କାମ କରିବାକୁ କୁହାଯାଇଛି ।
ତେବେ ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଯଦି କୌଣସି ଅଧିକାରୀଙ୍କର କିଛି ଜରୁରୀ କାମ ପାଇଁ ଛୁଟି ଆବଶ୍ୟକ ହୁଏ, ତେବେ ସେମାନେ ଡିଏଫଓ କିମ୍ବା ତାଙ୍କର ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ଛୁଟିରେ ରହିପାରିବେ ଏବଂ ଏ ନେଇ ପିସିସିଏଫକୁ ଅବଗତ କରାଯିବ । ଏହା ସହ ନିର୍ଦ୍ଦେଶକୁ ସଠିକ ଭାବେ ପାଳନ କରା ନଗଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ।