ସନ୍ଷ୍ଟାର ଟିଭି ବ୍ୟୁରୋ
ଶ୍ରୀନଗର: ଜାମ୍ମୁ- କାଶ୍ମୀରର ହୀରାନଗର ସେକ୍ଟରରେ ଗତକାଲି ସନ୍ଧ୍ୟା ସମୟରେ ଏକ ବିମାନ ଆକୃତିର ଧଳା ଓ ନୀଳ ରଙ୍ଗର ବେଲୁନ୍ ମିଳିଛି । ଯେଉଁଥିରେ PIA(ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ) ଲେଖାଯାଇଛି ଓ ପାକିସ୍ତାନ ପତାକାର ସଙ୍କେତ ରହିଛି । ତେବେ ଏହାକୁ ଦେଖି ସ୍ଥାନୀୟ ବାସିନ୍ଦା ପୋଲିସଙ୍କୁ ଖବର ଦେଇଥିଲେ ।ଏହାପରେ ସୀମାନ୍ତରେ ହାଇଆଲର୍ଟ ଜାରି କରାଯାଇଛି ଓ ଏହା ଉପରେ ତଦନ୍ତ ଜାରି ରହିଛି । ଏହି ବେଲୁନ ହୀରାନଗର ସେକ୍ଟରର ସୋତ୍ରା ଛକ ଗାଁରୁ ଜବତ କରାଯାଇଥିଲା ।
An aircraft-shaped balloon with ‘PIA’ written on it landed in Sotra Chak village of Hiranagar sector yesterday evening. The balloon was taken into custody by police: Jammu and Kashmir Police pic.twitter.com/GVGWmhesYl
— ANI (@ANI) March 10, 2021