ସନ୍ଷ୍ଟାର ଟିଭି ବ୍ୟୁରୋ
ପାରାଦୀପ: ପାରାଦୀପରେ ଖୁବ୍ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ଆଜି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି ।ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।
୧୨୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୦୬ କୋଟି ଟଙ୍କା ବିନିଯୋଗ କରାଯିବ । ଏହି ଡାଉନଷ୍ଟ୍ରିମ୍ ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଭାରତରେ ପ୍ରଥମ । ଏହି ପ୍ଲାଷ୍ଟିକ୍ ପାର୍କରେ ପାରାଦୀପ ବିଶୋଧନାଗାରରେ କମ୍ପ୍ଲେକ୍ସରୁ ଉତ୍ପାଦିତ ପଲିପ୍ରୋପିଲିନ ଓ ଇଥାଇଲିନର ବ୍ୟବହାର କରାଯିବ । ଏହି ପ୍ଲାଷ୍ଟିକ୍ ପାର୍କ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ତେବେ ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ପାରାଦୀପ ପ୍ଲାଷ୍ଟିକ ପାର୍କ ଲାଗି ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।