ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଦେଶର ପ୍ରଦୂଷିତ ଅଞ୍ଚଳ ମଧ୍ୟରେ ଓଡିଶାରେ ରହିଛି ସବୁଠୁ ଅଧିକ ପ୍ରଦୂଷିତ ଅଞ୍ଚଳ । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର ୧୧୨ଟି ପ୍ରଦୂଷିତ ସ୍ଥାନ ମଧ୍ୟରେ ଓଡିଶାରୁ ସର୍ବାଧିକ ୨୩ଟି ସ୍ଥାନ ରହିଛି ।
କିଛି ଦିନ ତଳେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦେଶର ପ୍ରଦୂଷିତ ଅଞ୍ଚଳକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲେ । ଯେଉଁଥିରେ ୧୧୨ଟି ପ୍ରଦୂଷିତ ସ୍ଥଳ ରହିଥିଲା । ସେଥିମଧ୍ୟରୁ ସର୍ବାଧିକ ୨୩ଟି ପ୍ରଦୂଷିତ ସ୍ଥଳ ଓଡ଼ିଶାରେ ରହିଛି । ଓଡିଶାର ୨୩ଟି ପ୍ରଦୂଷିତ ସ୍ଥଳ ତାଲିକାରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୭ଟି ରହିଥିବାବେଳେ ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ୪ଟି ଲେଖାଏଁ, ସମ୍ବଲପୁର ଓ ଗଂଜାମ ଜିଲ୍ଲାରେ ୩ଟି ଲେଖାଏଁ, ଝାରସୁଗୁଡ଼ା ଓ କଟକ ଜିଲ୍ଲାରେ ଗୋଟିଏ ଲେଖାଏଁ ପ୍ରଦୂଷିତ ସ୍ଥଳ ରହିଛି । ଗତବର୍ଷ ଜୁଲାଇ ୧ ତାରିଖରେ ଜାତୀୟ ଗ୍ରୀନ୍ ଟ୍ରୀବ୍ୟୁନାଲ (ଏନ୍ଜିଟି) ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ପ୍ରଦୂଷିତ ସ୍ଥଳମାନଙ୍କର ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କ୍ରମରେ ଓଡ଼ିଶାର ୨୩ଟି ପ୍ରଦୂଷିତ ସ୍ଥଳରୁ ୩ଟି ସ୍ଥଳରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିବା ସିପିସିବିର ରିପୋର୍ଟରେ ଉଲ୍ଲେଖ କରାଯାଇଛି ।