ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଟ୍ୱିନ୍ ସିଟି କଟକ- ଭୁବନେଶ୍ଵରର ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ । ଏନେଇ ରାଜ୍ୟ ସରକାର ଗତକାଲି ଘୋଷଣା କରିଛନ୍ତି । ୧୯୯୫ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ କ୍ରାଇମ୍ବ୍ରାଞ୍ଚର ଏଡିଜି ଭାବେ ୨୦୨୦ ଜୁଲାଇରୁ କାର୍ଯ୍ୟ କରି ଆସିଛନ୍ତି । ନିଜର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଅପରାଧିକ କାର୍ଯ୍ୟକାଳ ଉପରେ ରୋକ ଲଗାଇଛନ୍ତି । ଆଜି ଅପରାହ୍ନରେ ସେ ସିପିର ଦାୟିତ୍ଵ ଗ୍ରହଣ କରିବାକୁ ଯାଉଛନ୍ତି ।
ତେବେ ନିଜ ପଦବୀରୁ ଅବସର ନେବା କଥା ଟ୍ଵିନ ସିଟିର ପୂର୍ବତନ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ଵିଟ କରିଛନ୍ତି । ଟ୍ଵିନ ସିଟିର ସିପି ଦାୟିତ୍ଵ ଦେଇଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆଉ ମଧ୍ୟ ଲେଖିଛନ୍ତି, ‘ନିଜ କାର୍ଯ୍ୟକାଳ ମଧ୍ୟରେ କୋଭିଡ-୧୯ ପରି ମହାମାରୀ ସମୟକୁ ସେ ସାମ୍ନା କରି ସୂଚାରୁରୂପେ ପରିଚାଳନା କରିଛନ୍ତି ଓ ଲୋକମାନଙ୍କ ଠାରୁ ଭଲପାଇବା ଓ ସମ୍ମାନ ପାଇଛନ୍ତି ।
I have relinquished charge as Commissioner of Police of twin city.
I thank the State Government for the opportunity to serve as CP.
I would remember this challenging tenure amidst Covid-19 & will derive satisfaction that I gave my best & received love & respect of the people. 🙏— Dr Sudhanshu Sarangi (@SarangiSudhansu) March 8, 2021