ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ମାର୍ଚ୍ଚ ୧୧ ରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରସିଦ୍ଧ ମହାଶିବରାତ୍ରୀ । ଏଥିପାଇଁ ଶୈବ ପୀଠ ଗୁଡିକ ଉତ୍ସବମୁଖର ହେବାରେ ଲାଗିଛି । ତେବେ ଏହା ମଧ୍ୟରେ ଭୁବନେଶ୍ଵରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲିଙ୍ଗରାଜପୀଠରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରୀ ପାଳନ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । ସେବାୟତ ଓ ପୋଲିସ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବ ବୋଲି ଗତକାଲି ସମନ୍ଵୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
ତେବେ ଚଳିତ ବର୍ଷ ମହାମାରୀ କରୋନା କାରଣରୁ ସମସ୍ତ ଶୈବପୀଠଗୁଡିକରେ କଟକଣା ମଧ୍ୟରେ ପାଳନ ହେବ ଜାଗର ଯାତ୍ରା । ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଭିତରକୁ ଏଥର ୬୦ ବର୍ଷରୁ ଅଧିକ ଓ ୧୨ ବର୍ଷର କମ୍ ପିଲାଙ୍କୁ ପ୍ରବେଶ ପାଇଁ ଅନୁମତି ନାହିଁ । ଏହା ସହ ଆଡକାଠ ନିକଟରେ ଲିଙ୍ଗରାଜଙ୍କୁ ଭକ୍ତ ଦର୍ଶନ କରିବେ । ମନ୍ଦିର ଭିତରେ ସମସ୍ତ କୋଭିଡ ଗାଇଡଲାଇନ ପାଳନ କରାଯିବ । ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । ଏହା ସହ ୧୦ ତାରିଖରୁ ୧୨ ତାରିଖ ଯାଏଁ ମନ୍ଦିର ନିକଟରେ ଥର୍ମାଲ ସ୍କ୍ରିନିଂ କରି ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ।