ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ନୂଆପଡା ଜିଲ୍ଲାରେ ଆସନ୍ତା ୧୦ରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୧୦ରେ ନୂଆପଡା ଗ୍ରସ୍ତ କରିବେ । ସେଠାରେ ସେ ନୂଆପଡା ବାସିନ୍ଦାଙ୍କ ସହ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।
ଏହି ସବୁ ପ୍ରକଳ୍ପ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ସହ ନୂଆପଡ଼ାର ବିକାଶରେ ବିଶେଷ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି ।
 
ନୂଆପଡ଼ା ବିକାଶ ପର୍ବରେ ଯୋଡ଼ି ହେବ ନୂଆ ଫର୍ଦ୍ଦ। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ନୂଆପଡ଼ା ଗସ୍ତରେ ଲୋକଙ୍କୁ ଭେଟିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ସବୁ ପ୍ରକଳ୍ପ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ସହ ନୂଆପଡ଼ାର ବିକାଶରେ ବିଶେଷ ସହାୟକ ହେବ। #Odisha pic.twitter.com/pt2gUNf50Y
— CMO Odisha (@CMO_Odisha) March 9, 2021
;