ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ ସଂଘ । ମାର୍ଚ୍ଚ ୧୫ ଓ ୧୬ ତାରିଖରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି। ତେବେ ଧର୍ମଘଟରେ ରାଜ୍ୟର ପ୍ରାୟ ୫୫୦୦ ବ୍ୟାଙ୍କର ୩୦ ହଜାର କର୍ମଚାରୀ ସାମିଲ ହେବେ ବୋଲି ସୂଚନା ମିଳିଛି ।
ତେବେ ଏହା ଦ୍ଵାରା ଲୋକମାନେ ଖୁବ୍ ପ୍ରଭାବିତ ହେବେ । କାରଣ ମାର୍ଚ୍ଚ ୧୫ ଓ ୧୬ ତାରିଖ ଯଥାକ୍ରମେ ସୋମବାର ଓ ମଙ୍ଗଳବାର ପଡୁଥିବା ବେଳେ ଏହାର ପୂର୍ବ ଦୁଇ ଦିନ ଶନିବାର ଓ ରବିବାର ହୋଇଥିବା କାରଣରୁ ଲଗାତର ୪ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ । ଫଳରେ ଟଙ୍କା ଉଠାଇବା ଓ ଜମା କରିବା ପାଇଁ ସାଧାରଣ ଜନତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।