ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଧିବେଶନ ପୂର୍ବରୁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ବିଧାନସଭା ମଧ୍ୟକୁ ପ୍ରବେଶ କରିବା ପାଇଁ ହେଲେ ସମସ୍ତ ବିଧାୟକ, ସାମ୍ଵାଦିକ, ସୁରକ୍ଷାକର୍ମୀ ତଥା ବିଧାନସଭାର ସମସ୍ତ କର୍ମଚାରୀଙ୍କ କୋଭିଡ-୧୯ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ବିଧାନସଭା ପରିସର ମଧ୍ୟରେ ବିଧାୟକ ମାନଙ୍କ ଗତକାଲିଠୁ ଆଣ୍ଟିଜେନ ଟେଷ୍ଟ କରାଯିବ ଓ ଦୁଇ ଘଣ୍ଟା ମଧ୍ୟରେ ଏହି ଏହି ରିପୋର୍ଟ ଦିଆଯିବ ।
ତେବେ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ବିଧାନସଭା ଅଧିବେଶନ ଚାଲିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।