ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ହେଉଛି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ଵିଟ୍ କରି ଲେଖିଛନ୍ତି, ‘ମମତା, ମିସନ୍ ଶକ୍ତି, ନ୍ୟୁଟ୍ରିସନ୍ ବଜେଟ୍ ଏବଂ ବିଧାନସଭାରେ ମହିଳାଙ୍କ ଅଂଶଗ୍ରହଣ ଆଦି କ୍ଷେତ୍ରରେ ମହିଳା ସଶକ୍ତିକରଣର ମୂଳଦୁଆ ପଡ଼ିଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ମହିଳା ନେତା ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ ।
ସୂଚନାଯୋଗ୍ୟ, ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସମ୍ମାନିତ କରିବା ପାଇଁ ତଥା ସେମାନଙ୍କ ବିକାଶ କରିବା ପାଇଁ ଅନେକ ଗୁଡିଏ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ସେମାନଙ୍କୁ ସଶକ୍ତିକରଣ ତଥା ଆତ୍ମନିର୍ଭର କରିବା ପାଇ କରିବା ପାଇଁ ମିଶନ ଶକ୍ତି ଭଳି ଯୋଜନାମାନ ଗ୍ରହଣ କରିଛନ୍ତି ।
Empowerment of women has always been the cornerstone of all our initiatives whether it is Mamata, #MissionShakti, #NutritonBudget and participation of women in legislation. On #WomensDay, pledge to champion the cause of women to create women leaders in every sphere of society. pic.twitter.com/9yVFqIz6LH
— Naveen Patnaik (@Naveen_Odisha) March 8, 2021
;