ସନ୍ଷ୍ଟାର ଟିଭି ବ୍ୟୁରୋ
ମାଲକାନଗିରି: ମହିଳା ତଥା ଶିଶୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ମାଲକାନଗିରି ପୋଲିସ ନିର୍ଭୟା ପାଟ୍ରୋଲିଂ ଟିମ୍ର ଉଦ୍ଘାଟନ କରିଛନ୍ତି । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ପାଟ୍ରୋଲିଂ ଟିମ୍ର ଉଦ୍ଘାଟନ କରାଯାଇଛି । ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପି ଋଷିକେଶ ଡି ଖିଲାରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।
ସୂଚନାନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସଦର ଆଦର୍ଶ ଥାନାର ୪ଟି ସ୍କୁଟିରେ ୮ ଜଣ ମହିଳା ପୁଲିସ ଓ ଅର୍କେଲ ଥାନାର ୩ଟି ସ୍କୁଟିରେ ୬ ଜଣ ମହିଳା ପୁଲିସ ପାଟ୍ରୋଲିଂ କରିବେ । ଜିଲ୍ଲାରେ ମୋଟ ୧୪ ଜଣ ମହିଳା ପୁଲିସଙ୍କୁ ଏଥିପାଇଁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତି ଦିଆଯାଇଛି । ଏହି ମହିଳା ପୁଲିସମାନେ ହ୍ୟାଣ୍ଡ ମାଇକ ଧରି ବିଭିନ୍ନ ଅଞ୍ଚଳରେ ଯଥା କଲେଜ, ବସଷ୍ଟାଣ୍ଡ, ହାଟ ବଜାରରେ ପାଟ୍ରୋଲିଂ କରିବେ ଓ ମହିଳାମାନଙ୍କୁ ସୁରକ୍ଷା ବିଷୟରେ ସଚେତନ କରାଇବେ ।
On occasion of International Women’s Day, MKG Dist Police inaugurated specialised Nirbhaya Patrolling teams of women officers for preventing offences against women & children. They will do regular patrolling in town areas, in colleges & haats for prevention & creating awareness. pic.twitter.com/z6WiDmK5rE
— SP Malkangiri (@spmalkangiri) March 8, 2021