ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଶିମିଳିପାଳରେ ଦୀର୍ଘ ଦିନ ହେବ ନିଆଁ ଲାଗିଥିଲେ ମଧ୍ୟ ଲିଭିବାର ନାଁ ଧରୁନି । ତେବେ ଏହା ମଧ୍ୟରେ ଆଜି ସରକାର ଜଙ୍ଗଲର ନିଆଁକୁ ଆୟତ୍ତ କରିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ସରକାର ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ସ୍ଵତନ୍ତ୍ର ଟାସ୍କଫୋର୍ସର ଗଠନ କରିଛନ୍ତି । ତେବେ ଏହି ଫୋର୍ସରେ ୯ ଜଣ ସଦସ୍ୟ ରହିଛନ୍ତି । ଏହି ୯ ଜଣିଆ ଟାସ୍କଫୋର୍ସରେ ଡେରାଡୁନ ଓ ହାଇଦ୍ରାବାଦର ୩ ଜଣ ବିଶେଷଜ୍ଞ ରହିଛନ୍ତି । ସେମାନେ ବନାଗ୍ନି ସମୀକ୍ଷା ସହ କାରଣ ଓ ନିରାକରଣର ବ୍ୟବସ୍ଥା କରିବେ ।
ତେବେ ଏନେଇ ପ୍ରତିଦିନ ୪ଟା ୩୦ରେ ପ୍ରେସମିଟ୍ କରି ସୂଚନା ଦିଆଯିବ। ଅରଣ୍ୟ ଭବନରେ ଏହି ପ୍ରେସମିଟ କାର୍ଯ୍ୟକ୍ରମର ଆୟୋଜନ ହେବ। ତେବେ ଏନେଇ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ, ନିଆଁ ପ୍ରତି ବର୍ଷ ଲାଗେ। ଏହା ଏକ ପ୍ରାକୃତିକ ପ୍ରକ୍ରିୟା। ଓଡିଶାରେ କିଛି ବଡ ଗଛରେ ନିଆଁ ଲାଗିନି। କେବଳ ଛୋଟ ଛୋଟ ପତ୍ର ଓ ବୁଦାରେ ନିଆଁ ଲାଗିଛି। ଶିମିଳିପାଳରେ ନିଆଁ ନିୟନ୍ତ୍ରଣାଧୀନ ରହିଛି ।