ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଓଡିଶାର ସବୁଠୁ ବଡ ସରକାରୀ ହସ୍ପିଟାଲ SCB ଏକ ଦୁର୍ଗଟଣା ଦେଖାଯାଇଛି । ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିବା ମହିଳାଙ୍କ ଉପରେ ଫ୍ୟାନ୍ ଛିଡ଼ି ପଡ଼ିଛି । ଘୁରୁଥିବା ବେଳେ ଫ୍ୟାନଟି ଛିଡି ପଡିଥିଲା । ତେବେ ଫ୍ୟାନ୍ ପଡ଼ିବା ପରେ ମହିଳା ରୋଗୀ ଜଣକ ଗୁରୁତର ହୋଇଛନ୍ତି, ତାଙ୍କୁ ଏବେ ICUରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସରେ ଗୁରୁତର ହୋଇଥିବା ମହିଳା ଜଣଙ୍କ ଯାଜପୁର ଜିଲ୍ଲାର ଅଟନ୍ତି । ୪ ଦିନ ତଳେ ସେ ନିଆଁରେ ପୋଡ଼ି ଯାଇଥିବାରୁ SCBରେ ଭର୍ତ୍ତି ହୋଇଥିଲେ ଓ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ । ତେବେ ଏପରି ଘଟଣା ପରେ ଏସିବିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ମବାଚୀ ସୃଷ୍ଟି ହୋଇଛି ।