ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ ଖୁବ୍ ଶୀଘ୍ର ବଦଳିବାକୁ ଯାଉଛି ଶ୍ରମ ଆଇନ । ପ୍ରସ୍ତୁତ ହେଉଥିବା ନୂତନ ଶ୍ରମ ନିୟମ ଅନୁଯାୟୀ, ଆଗାମୀ ଦିନରେ ସପ୍ତାହରେ ତିନି ଦିନ ଛୁଟି ପ୍ରଦାନ ସମ୍ଭବ ହେବ । ଶ୍ରମ ମନ୍ତ୍ରଣାଳୟର ସୂଚନାନୁସାରେ, କେନ୍ଦ୍ର ସରକାର ସପ୍ତାହରେ ଚାରିଟି କାର୍ଯ୍ୟଦିବସ ଓ ତିନି ଦିନିଆ ଛୁଟିଦିନର ବିକଳ୍ପ ଦେବାକୁ ପ୍ରସ୍ତୁତ ହେଉଛନ୍ତି ।
ତାଙ୍କ କହିବାନୁସାରେ, ଏହି ବିକଳ୍ପକୁ ନୂତନ ଲେବର କୋର୍ଡରେ ମଧ୍ୟ ରଖାଯିବ । ଯେଉଁଥିରେ କମ୍ପାନୀ ଏବଂ କର୍ମଚାରୀମାନେ ପାରସ୍ପରିକ ଚୁକ୍ତି ଦ୍ବାରା ନିଷ୍ପତ୍ତି ନେଇପାରିବେ । ନୂତନ ନିୟମ ଅନୁଯାୟୀ ସରକାର କାର୍ଯ୍ୟ ସମୟକୁ ୧୨କୁ ବୃଦ୍ଧି କରିଛନ୍ତି । ସର୍ବାଧିକ କାର୍ଯ୍ୟ ସପ୍ତାହ ସୀମା ହେଉଛି ୪୮, ତେଣୁ କାର୍ଯ୍ୟ ଦିନର ପରିସର ପାଞ୍ଚରୁ ହ୍ରାସ କରାଯାଇପାରେ ।