ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଦିନରେ ଜାଳୁଛି, ଭୋରରୁ ଘୋଡ଼େଇ ରଖୁଛି । ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ । ୫୦ ମିଟର ଦୂର ବି ଦେଖାଯାଉନି । ରବିବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରକୁ ଏମିତି ଘୋଡ଼େଇ ରଖିଛି ଘନ କୁହୁଡ଼ି । ଦିନ ବେଳା ତତଲା କଡ଼େଇରେ ଭୁବନେଶ୍ୱର ଭାଜି ହେଉଥିବା ବେଳେ ସକାଳୁ ସକାଳୁ ଘନ କୁହୁଡ଼ି ଲାଗି ରହୁଛି ।
ଫଳରେ ରାସ୍ତା ଠିକରେ ଦେଖାଯାଉନାହିଁ । ସେପଟେ, ଗତକାଲି ଶନିବାର ରାଜଧାନୀ ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ପାଲଟିଥିଲା । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ଥିଲା ୪୦.୪ ଡିଗ୍ରୀ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ । ତାପମାତ୍ରାରେ ଆଗାମୀ ୪ରୁ ୫ ଦିନ ଯାଏ ସେଭଳି କିଛି ପରିବର୍ତ୍ତନ ହେବ ନାହିଁ । ଦିନବେଳର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ।