ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଗତକିଛି ଦିନ ତଳେ ଆୟକର ବିଭାଗ ଟାକ୍ସ ଫାଙ୍କିବା ଅପରାଧରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା । ଆୟକର ବିଭାଗର ଏହି ଚଢାଉ ୩ ଦିନ ଧରି ଜାରି ରହିଛି । ଏହାକୁ ନେଇ ଆଜି ଟ୍ଵିଟ କରି କହିଥିଲେ ଯେ ତିନି ଦିନ ଧରି ଆୟକର ବିଭାଗର ଚଢ଼ାଉ ପରେ ଯେଉଁ ସବୁ ତଥ୍ୟ ସାମ୍ନାକୁ ଆସିଛି ସେଥିରେ ଉଲ୍ଲେଖ ରହିଛି ଯେ, ପ୍ୟାରିସରେ ମୋର ଏକ ବଙ୍ଗଳା ରହିଛି ଏବଂ ଦ୍ୱିତୀୟରେ ମୋ ପାଖରୁ ପାଞ୍ଚ କୋଟି ଟଙ୍କାର ରସିଦ ମିଳିଛି । ଏହି ଦୁଇଟି ଖବର ସଂପୂର୍ଣ୍ଣ ମିଥ୍ୟା ଅଟେ । ଏହା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୨୦୧୩ରେ ମଧ୍ୟ ମୋ ଘର ଉପରେ ଚଢ଼ାଉ କରାଯାଇଥିଲା। ଏହା ମଧ୍ୟ ମିଥ୍ୟା ଅଟେ । କାରଣ ୨୦୧୩ରେ ମୋ ଘରେ କୌଣସି ପ୍ରକାରର ଚଢ଼ାଉ ହୋଇନଥିଲା । ୩ଟି ଜିନିଷ ଜଣାଇବା ସହ ‘ମୁଁ ଆଉ ଶସ୍ତା ନୁହେଁ’ ବୋଲି ଲେଖିଥିଲେ ତାପସୀ ।
ତେବେ ଏହା ପୂର୍ବରୁ ରେଡ୍ ହେବା ଦିନ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଟ୍ଵିଟ୍ କରି ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ଟାର୍ଗେଟ କରିଥିଲେ । ସେ ଟ୍ଵିଟ୍ କରି ଦୁଇ ଜଣଙ୍କୁ ଚୋର କହିବା ସହ ଅନୁରାଗ କଶ୍ୟପଙ୍କୁ ଚୋର ଓ ଦୁଷ୍କର୍ମକାରୀ କହିବା ସହିତ ତାଙ୍କର ଗୋଟେ ପୋଷ୍ଟରେ ଶସ୍ତା ତମାଶା କରୁଛି ବୋଲି ମଧ୍ୟ ଲେଖିଥିଲେ ।