ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗାଡି ଚଳାଇବା ବେଳେ ଦୁର୍ଘଟଣାରେ ଜୀବନ ରକ୍ଷା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି କାର୍ର ଆଗ ଦୁଇଟି ସିଟ୍ ପାଇଁ ଏୟାର ବ୍ୟାଗ ରହିବା ବାଧ୍ୟତାମୂଳକ ଅଟେ । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଏହି ନୂତନ ଆଇନ ୧ ଅପ୍ରେଲ ୨୦୨୧ରୁ ହିଁ କାର୍ଯ୍ୟକାରୀ କରାଯିବ ।
କେବଳ ନୂଆ ନୁହେଁ ପୁରୁଣା ଗାଡିରେ ମଧ୍ୟ ଏୟାର ବ୍ୟାଗ୍ ରହିବା ବାଧ୍ୟତାମୂଳକ ହେବ । ପୁରୁଣା ମଡେଲ କାର ମାଲିକଙ୍କୁ ୩୧ ଅଗଷ୍ଟ ୨୦୨୧ ପୂର୍ବରୁ ନିଜ କାରର ଡ୍ରାଇଭର ସିଟରେ ଏୟାର ବ୍ୟାଗ୍ ଲଗାଇବାକୁ ପଡିବ । ୩୧ ଅଗଷ୍ଟ ପରେ ଯଦି କୌଣସି କାର ରାସ୍ତାରେ ବିନା ଏୟାରବ୍ୟାଗରେ ଚାଲେ ତେବେ ଜରିମାନା ଆଦାୟ କରାଯିବ ।
Government has made it mandatory for vehicle manufacturers to fit airbag for the person occupying the front seat other than the driver.
It is applicable on vehicles manufactured on & after 1st
April, 2021 in case of new models, & 31st August, 2021 in case of existing models.— MORTHINDIA (@MORTHIndia) March 5, 2021