ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ଖୁବ୍ ଶିଘ୍ର ହେବାକୁ ଯାଉଛି ଏଥିପାଇଁ ଦଳୀୟ ପ୍ରାର୍ଥୀ ତାଲିକା ଦେଇଛନ୍ତି ପଶ୍ଚିମବଙ୍ଗର ଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମ୍ସି) ସୁପ୍ରିମୋ ମମତା ବାର୍ଜାନୀ । ଏହି ନିର୍ବାଚନ ପାଇଁ ମମତା ସମୁଦାୟ ୨୯୧ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତେବେ ସେ ନିଜେ ଏଥର ନନ୍ଦୀଗ୍ରାମରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ସେହି ତାଲିକାରେ ୫୦ ଜଣ ମହିଳା, ୪୨ ଜଣ ମୁସ୍ଲମାନ, ୭୯ ଜଣ ଅନୁସୂଚିତ ଜାତି ଏବଂ ୧୭ ଜଣ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ନାମ ରହିଛି ବୋଲି ମମତା ବାନାର୍ଜି ସୂଚନା ଦେଇଛନ୍ତି ।
ତାଲିକା ଘୋଷଣା ପରେ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ମମତା ବାନାର୍ଜି । କହିଛନ୍ତି ୨୦ଟି ନୁହେଁ ବରଂ ୧୨୦ ଟି ରାଲିର ଆୟୋଜନ କର ମାତ୍ର ପଶ୍ଚିମବଙ୍ଗରେ ଏଥର ମଧ୍ୟ ତୃଣମୂଳ କଂଗ୍ରେସ ହିଁ ଶାସନ କରିବ ।