ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶର ସର୍ବବୃହତ କର୍ପୋରେଟ ହାଉସ୍ ରିଲାଏନ୍ସ କମ୍ପାନି ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ କରୋନା ଟିକା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । କରୋନା ଟିକା ପାଇଁ ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ । ଏନେଇ ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶକ ନୀତା ଅମ୍ବାନୀ କହିଛନ୍ତି ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ, କମ୍ପାନିର ଯେଉଁ କର୍ମଚାରୀମାନେ ଟିକା ନେବାକୁ ଚାହୁଁଛନ୍ତି ସେମାନେ ଓ ସେମାନଙ୍କ ପରବାର ଲୋକମାନେ ସରକାରଙ୍କ ପୋର୍ଟାଲରେ ପଞ୍ଜିକରଣ କରନ୍ତୁ ।
ଏହାପୂର୍ବରୁ ୨୦୨୦ ଡିସେମ୍ବର ମାସରେ ‘ରିଲାଏନ୍ସ ଫ୍ୟାମିଲି ଡେ’ ପାଳନ ଦିନ ନୀତା ଅମ୍ବାନୀ ଓ ରିଲାଏନ୍ସର ମାଲିକ ମୁକେଶ ଅମ୍ବାନୀ କହିଥିଲେ କି କୋଭିଡ୍ ଟିକାକୁ ମଞ୍ଜୁରୀ ମିଳିବା ପରେ ତୁରନ୍ତ କମ୍ପାନୀ ତରଫରୁ ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ କମ୍ପାନୀ ତା’ର ନିଜ ଖର୍ଚ୍ଚରେ ଟିକା ଦେବାର ବ୍ୟବସ୍ଥା କରିବ।
ତେବେ ଏହା ପୂର୍ବରୁ ମଧ୍ୟ ଇନଫୋସିସ୍, ଆସେଞ୍ଚର, ଟିସିଏସ୍ ଭଳି ବଡ ବଡ ଇଣ୍ଡଷ୍ଟ୍ରିଜମାନେ ସେମାନଙ୍କ କର୍ମଚାରୀମାନଙ୍କୁ ମାଗଣାରେ କରୋନା ଟିକା ଯୋଗାଇଦେବେ ବୋଲି ସୂଚନା ଦେଇଥିଲେ ।