ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଦେଶରେ ରେଳବାଇ ପ୍ଲାଟ୍ଫର୍ମ ଟିକେଟ୍ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏହି ଟିକେଟ୍ ଦର ୧୦ ଟଙ୍କା ଥିବା ବେଳେ ଏବେ ଏହି ଦର ୩୦ ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ଷ୍ଟେସନ୍ଗୁଡ଼ିକରେ ହେଉଥିବା ମାତ୍ରାଧିକ ଜନଗହଳି ରୋକିବା ନିମନ୍ତେ ପ୍ଲାଟ୍ଫର୍ମ ଟିକେଟ୍ ଦର ବୃଦ୍ଧି କରାଯାଇଛି ବୋଲି କହିଛନ୍ତି ରେଳ ବିଭାଗ ।
ଏହା ଏକ ସାମୟିକ ପଦକ୍ଷେପ ବୋଲି ମଧ୍ୟ ରେଳବାଇ ଘୋଷଣା କରିଛି । ଏ ସଂକ୍ରାନ୍ତରେ ଏକ ବିବୃତିରେ ରେଳବାଇ କହିଛି, ଯାତ୍ରୀମାନଙ୍କ ସୁରକ୍ଷା ଏବଂ ଷ୍ଟେସନ୍ଗୁଡ଼ିକରେ ହେଉଥିବା ମାତ୍ରାଧିକ ଜନଗହଳିକୁ ରୋକିବା ଲାଗି ରେଳବାଇ ପ୍ରଶାସନ ଏଭଳି ଏକ ସାମୟିକ ପଦକ୍ଷେପ ଗ୍ରହଣ କରିଛି । ଏହାଦ୍ୱାରା ରେଳ ଷ୍ଟେସନ୍ଗୁଡ଼ିକରେ ସାମାଜିକ ଦୂରତ୍ୱ ଭଳି କୋଭିଡ୍-୧୯ ନିୟମ ରକ୍ଷା କରାଯାଇ ପାରିବ ।