ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆପଣଙ୍କ ପୋଷ୍ଟ ଅଫିସରେ ଅନେକ ଲୋକ ପଇସା ରଖିଥାନ୍ତି । ଯଦି ଆପଣଙ୍କ ପୋଷ୍ଟ ଅଫିସରେ ଆକାଉଣ୍ଟ ଅଛି ତେବେ କ୍ୟାଶ୍ ଉଠାଣ ଓ ଜମା କରିବା ଉପରେ ଚାର୍ଜ ପଡିବ । ୧ ମାର୍ଚ୍ଚରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ(IPPB) ଏକ ନୋଟିସ ଜାରି କରିଛି । ସେଥିରେ ଏହି ନୂଆ ନିୟମ ବିଷୟରେ ଉଲ୍ଲେଖ ରହିଛି । ଏହି ନୂଆ ନିୟମ ୧ ଏପ୍ରିଲ ୨୦୨୧ରୁ ଲାଗୁ ହେବ । ନୂଆ ନିୟମ ଅନୁସାରେ ଲିମିଟରୁ ଅଧିକ ଥର ଟଙ୍କା ଜମା କଲେ ବା ଉଠାଇଲେ ଟ୍ରାଞ୍ଜାକ୍ସନ ଚାର୍ଜ ଦେବାକୁ ପଡିବ ।
କିନ୍ତୁ ବେସିକ ସେଭିଂ ଆକାଉଣ୍ଟରେ ଡିପୋଜିଟ୍ କଲେ ଚାର୍ଜ କଟିବ ନାହିଁ । ଓ ଗୋଟିଏ ମାସରେ ୪ରୁ ଅଧିକ ଥର ପଇସା ଉଠାଇଲେ ଅତିକମରେ ୨୫ ଟଙ୍କା ବା ଭାଲ୍ୟୁର ୦.୫୦ ପ୍ରତିଶତ ଚାର୍ଜ ରୂପେ କଟିବ । ଅର୍ଥାତ୍ ୫ ହଜାର ଟଙ୍କା ପର୍ଯ୍ୟନ୍ତ(୧୦୦୦, ୨୦୦୦, ୩୦୦୦, ୪୦୦୦ କିଛି ବି) ଉଠାଣ କଲେ ଅତିକମରେ ୨୫ ଟଙ୍କା କଟିବ । ଏହା ପରେ ଚାର୍ଜ ବଢିବାକୁ ଲାଗିବ । କରେଣ୍ଟ ଆକାଉଣ୍ଟ ପାଇଁ ଏକ ମାସରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଣ ଫ୍ରି ଏବଂ ଏହା ପରେ ଅତିକମରେ ୨୫ ଟଙ୍କା ବା ଭାଲ୍ୟୁର ୦.୫୦ ପ୍ରତିଶତ ଚାର୍ଜ ରୂପେ କଟିବ । କରେଣ୍ଟ ଆକାଉଣ୍ଟରେ ଏକ ମାସରେ ୧୦ ହଜାର ଟଙ୍କା ଜମା କରିବା ମାଗଣା । ଏହା ପରେ ଚାର୍ଜ ରୂପେ ୨୫ ଟଙ୍କା ବା ଭାଲ୍ୟୁର ୦.୫୦ ପ୍ରତିଶତ ଚାର୍ଜ ରୂପେ କଟିବ ।
ଫ୍ରି ଲିମିଟ୍ ପୂରା ହେବା ପରେ କ୍ୟାଶ୍ ଜମା କଲେ ସମସ୍ତ ଟ୍ରାଞ୍ଜାକ୍ସନରେ ୨୦ ଟଙ୍କା ଲାଗିବ । ଉଠାଣ ଉପରେ ମଧ୍ୟ ଟ୍ରାଞ୍ଜାକ୍ସନ ଚାର୍ଜ ୨୦ ଟଙ୍କା ଲାଗିବ । ଏହା ବ୍ୟତୀତ ମିନି ଷ୍ଟେଟମେଣ୍ଟ ଉଠାଇବା ଚାର୍ଜ ୫ ଟଙ୍କା । ଫ୍ରି ଲିମିଟ୍ ପରେ ଫଣ୍ଡ୍ ଟ୍ରାନ୍ସଫର କଲେ ଟ୍ରାନ୍ସଫର ଚାର୍ଜ ଟ୍ରାଞ୍ଜାକ୍ସନ ଆମାଉଣ୍ଟର ୧ ପ୍ରତିଶତ, ସର୍ବାଧିକ ୨୦ ଟଙ୍କା ସର୍ବନିମ୍ନ ୧ ଟଙ୍କା ହେବ । ଉପରେ ଯେତେ ବି ଚାର୍ଜ କଥା କୁହାଯାଇଛି କେଉଁଥିରେ ବି ଜିଏସଟି ସାମିଲ ନାହିଁ । ଏହା ଅଲଗା ରୂପେ ଲାଗିବ । ଭାରତୀୟ ଡାକ ତରଫରୁ ୧ ମାର୍ଚ୍ଚରେ ଏହି ନୋଟିଫିକେସନ ଜାରି କରାଯାଇଛି । ଗ୍ରାହକଙ୍କୁ ମେସେଜ ରୂପେ ଏହି ସୂଚନା ଦିଆଯାଇଛି ।