ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଏଣିକି ପାସ୍ପୋର୍ଟ ପାଇଁ କାଗଜପତ୍ର ଭେରିଫିକେସନ ବା ଯାଞ୍ଚ କରିବା ପାଇଁ ଆଉ ମାସେ କି ଦେଢ଼ ମାସ ଅପେକ୍ଷା କରିବାକୁ ପଡ଼ିବନି । ଏଣିକି ଡିଜିଟାଲ ମୋଡରେ ମାତ୍ର ୧୦ ଦିନ ମଧ୍ୟରେ ପାସ୍ପୋର୍ଟ ଭେରିଫିକେସନ ହେବ । କାଗଜପତ୍ର ବଦଳରେ ଡିଜିଟାଲ ମୋଡ୍ରେ ଏହି ଯାଞ୍ଚ କରାଯିବ । ଏନେଇ ରାଜ୍ୟ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି ।
ଗତକାଲି ଭିଡିଓ କନଫରେନ୍ସିଂ ଜରିଆରେ ପୁଲିସ ଡିଜି ଅଭୟ, ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ‘ଏମ୍-ପାସ୍ପୋର୍ଟ ସେବା’ ମୋବାଇଲ୍ ଆପ୍ ପରିଚାଳନା ପ୍ରସଙ୍ଗରେ ବିଚାରବିମର୍ଷ କରାଯାଇଥିଲା ।ତେବେ ଡିଜିଟାଲ ମାଧ୍ୟମରେ ପାସ୍ପୋର୍ଟ ଯାଞ୍ଚ କରିବା ପାଇଁ ଚଳିତ ମାସ ଶେଷ ସୁଦ୍ଧା ପ୍ରତି ଥାନାକୁ ଗୋଟିଏ ଲେଖାଏଁ ଟାବ୍ଲେଟ୍ ଦିଆଯିବାକୁ ଯୋଜନା ରହିଛି ।
ତେବେ ପୂର୍ବରୁ ପାସ୍ପୋର୍ଟ ଅଫିସରୁ ଇ-ମେଲ୍ ଯୋଗେ ଜିଲ୍ଲା ଏସ୍ପି କାର୍ଯ୍ୟାଳୟକୁ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚ ପାଇଁ ଫର୍ମ ପଠାଯାଉଥିଲା । ସେଠାରୁ ଆବେଦନକାରୀଙ୍କ ଅଞ୍ଚଳର ଥାନାକୁ ଡାକ ଯୋଗେ ଆବେଦନପତ୍ର ଯାଉଥିଲା । ଫଳରେ ଯାଞ୍ଚ ପ୍ରକ୍ରିୟାରେ ବିଳମ୍ବିତ ହେଉଥିଲା । ଏବେ ଏହି ପ୍ରକ୍ରୀୟା ମାଧ୍ୟମରେ ଆଉ ସମୟ ଲାଗିବ ନାହିଁ ।