ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଓଲିଉଡ୍ର ଚର୍ଚ୍ଚିତ ଦମ୍ପତି ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତିଙ୍କ ପାରିବାରିକ କଳହ ମାମଲା କୋର୍ଟରେ ପହଞ୍ଚି ସାରିଥିଲା । ଅନୁଭବଙ୍କ ଦ୍ୱାରା ହୋଇଥିବା ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକକୁ ସ୍ଥାନାନ୍ତର କରିବା ଲାଗି ବର୍ଷା କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଏହି ମାମଲା ଏବେ ପଟିଆଲା ହାଉସ କୋର୍ଟ ବଦଳରେ କଟକର ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ଉଭୟ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ବିବାହ ବିଚ୍ଛେଦ ପାଇଁ ପୃଥକ ପୃଥକ ଆବେଦନ କରାଯାଇଥିଲା । ଅନୁଭବ ଦିଲ୍ଲୀ ସ୍ଥିତ ପଟିଆଲା ହାଉସ କୋର୍ଟରେ ଏହି ଆବେଦନ କରିଥିଲେ । ତେବେ ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଛାଡପତ୍ର ମାମଲାକୁ ସ୍ଥାନାନ୍ତର କରିବାକୁ ବର୍ଷା ଆବେଦନ କରିଥିଲେ । ତେବେ ଏନେଇ ଅନୁଭବଙ୍କ ଓକିଲ କହିଛନ୍ତି, ‘ଆମେ କେସ୍ ସ୍ଥାନାନ୍ତର କରିବାକୁ ବିରୋଧ କରିନଥିଲୁ । ଶୀଘ୍ର ଏ କେସର ସମାଧାନ କରିବାକୁ ଆବେଦନ କରିଥିଲୁ ।’