ସନ୍ଷ୍ଟାର ଟିଭି ବ୍ୟୁରୋ
ବିନିକା: ଆନନ୍ଦର ମୂହୁର୍ତ୍ତରେ ମୃତ୍ୟୁର ବିଷାଦ । ବିବାହ ଭଳି ଖୁସିର ସମୟରେ ମୃତ୍ୟୁ ଭଳି ଦୃହୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ପିତାମାତାଙ୍କ ଠାରୁ ବିଚ୍ଛେଦ ହେବା ଦୁଃଖରେ କାନ୍ଦି କାନ୍ଦି ଚାଲିଯାଇଛି ନବବଧୂର ଜୀବନ । ତେବେ ଏଭଳି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଜୁଲୁଣ୍ଡା ଗାଁରେ । ଗତକାଲିଏହି ଗାଁର ଝିଅ ରୋଜିଙ୍କ ବିବାହ ବଲାଙ୍ଗିର ଜିଲ୍ଲା ତେତେଲ ଗାଁର ଯୁବକ ବିଶିକେସନଙ୍କ ସହ ହୋଇଥିଲା ।
ଅଗ୍ନିକୁ ସାକ୍ଷୀରଖି ବିଶିକେଶନ ଓ ରୋଜି ସାତ ଜନ୍ମର ସାଥି ହୋଇ ହୋଇଥିଲେ I ତେବେ ବିଦାୟୀ ସମୟରେ ପିତାମାତଙ୍କ ଠାରୁ ବିଚ୍ଛେଦ ରୋଜି ସହ୍ୟ କରିପାରି ନଥିଲେ । କାନ୍ଦି କାନ୍ଦି ତଳେ ପଡିଯାଇ ଅଚେତ ହୋଇଯାଇଥିଲେ ରୋଜି । ତେବେ ପାଣି ଛିଞ୍ଚାଛିଞ୍ଚି କରିବା ପରେ ନ ଉଠିବାରୁ ନିକଟସ୍ଥ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ପରିବାର ଲୋକ । ହେଲେ ସେଠାରେ ହୃଦଘାତ କାରଣରୁ ଝିଅର ମୃତ ହୋଇଛି ବୋଲି ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।