ସନ୍ଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ୱର: ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO)କୁ ମିଳିଛି ଆଉ ଏକ ସଫଳତା । ଆଜି ସକାଳ ୧୦.୩୦ ସମୟରେ ଓଡ଼଼ିଶା ଉପକୂଳର ଚାନ୍ଦିପୁରରୁ ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍ (SFDR)ର ସଫଳ ପରୀକ୍ଷଣ କରିଛି । ଏହି ରାମଜେଟ୍ ଏକପ୍ରକାର ଇଞ୍ଜିନ ବୁଷ୍ଟର ଅଟେ ଯାହା ଭବିଷ୍ୟତରେ ଭାରତର ମିସାଇଲକୁ ସୃଦୃଢ କରିବ । ଡିଆଡିଓର ମିସାଇଲ୍ ଟେଷ୍ଟରେ କଠିନ ଇନ୍ଧନ ଆଧାରିତ ଡକ୍ଟେଡ୍ ରାମଜେଟ ଭଳି ନୂଆ କୌଶଳ କାମ କରିଛି ।
ଏହା ଦୂରଗାମୀ ଏୟାର-ଟୁ-ଏୟାର ମିସାଇଲ୍ ବିକଶିତ କରିବା କ୍ଷେତ୍ରରେ ସାହାଯ୍ୟ କରିବ । ଟେଷ୍ଟ ସମୟରେ ମିସାଇଲରେ ବୁଷ୍ଟର ମୋଟର ବ୍ୟବହାର କରାଯାଇଥିଲା । ଏହି ଇଞ୍ଜିନର ବିଶେଷତ୍ଵ ଏହା ଅଟେ ଯେ ଏହାକୁ ଲଗାଇବା ପରେ ମିସାଇଲ ଉଡାଣ କରିବା ସମୟରେ ଶବ୍ଦ କରିବ ନାହିଁ ଏବଂ ପଛରେ ବାହାରୁଥିବା ଧୂଆଁ ମଧ୍ୟ ବାହରିବ ନାହିଁ । ଏହା ଦ୍ଵାରା ଶତ୍ରୁକୁ ମିଶାଇଲ ଆସିବା ଜଣା ପଡିବ ନାହିଁ ।
DRDO successfully conducted flight test of Solid Fuel Ducted Ramjet (SFDR) Technology today at around 1030 hrs from ITR Chandipur. All the subsystems including the ground booster motor performed as per expectation. #AtmaNirbharBharat@SpokespersonMoD @adgpi @rajnathsingh pic.twitter.com/japob7kI8t
— DRDO (@DRDO_India) March 5, 2021