ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଓଡିଶାର ରାଜଧାନୀ ଭୁବନେଶ୍ଵରରେ ଭାରତର ପ୍ରଥମ ବିଶ୍ଵ ଦକ୍ଷତା କେନ୍ଦ୍ରର ଉଦ୍ଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୬.୩୦ ସମୟରେ ଏହି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ତେବେ ଭୁବନେଶ୍ଵରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏହି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ପାଇଁ ଓ ବିଶ୍ଵ ସ୍ତରରେ ଆର୍ଥୀକ କ୍ଷେତ୍ରରେ ଓଡିଶାର ମାନବ ଶକ୍ତିକୁ ପରିଚିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଅଟେ ।
ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ୫ ବର୍ଷ ମଧ୍ୟରେ ଓଡିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇଛି | ଆମର ଯୁବଗୋଷ୍ଠୀଙ୍କ ପାଇଁ ଯେକୌଣସି ସ୍ଥାନର ସେମାନଙ୍କ ପ୍ରତିଯୋଗୀମାନଙ୍କ ସହ ପ୍ରତିଦ୍ବନ୍ଦିତା କରିବାକୁ ନୂତନ ଉପାୟ ସୃଷ୍ଟି କରିଛୁ |
ତେବେ ଏହି କାର୍ଯ୍ୟକ୍ରମରେ ସୁବ୍ରତ ବାଗଚି, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ |