ସନ୍ଷ୍ଟାର ଟିଭି ବ୍ୟୁରୋ
ହ୍ଵାଟସ୍ଆପ୍ ନିଜର ପ୍ରାଇଭେସି ପଲିସିରେ ପରିବର୍ତ୍ତନ ଆଣିବା ପରଠୁ ବିବାଦରେ ରହିଆସିଛି । ତେବେ ୟୁଜର୍ସମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂତନ ଫିଚର ଆଣିଛି ହ୍ଵାଟସ୍ଆପ୍ । ପୂର୍ବରୁ କେବଳ ମୋବାଇଲ ଫୋନରେ ଭଏସ ଏବଂ ଭିଡିଓ କଲ ସମ୍ଭବ ହେଉଥିଲା । ତେବେ ଏବେ ଆପଣ ହ୍ବାଟସ୍ଆପ ୱେବ ବା ଡେକ୍ସଟପ୍ରେ ମଧ୍ୟ ନିଜ ସମ୍ପର୍କୀୟମାନଙ୍କୁ ଭଏସ ଏବଂ ଭିଡିଓ କଲ କରିପାରିବେ । ଅନେକ ଲୋକ ଫୋନ ସହ ଲାପଟପ ବା କମ୍ପ୍ୟୁଟରରେ ହ୍ବାଟସଆପ ଖୋଲି ବ୍ୟବହାର କରିଥାନ୍ତି । ଲାପଟପ ବା କମ୍ପ୍ୟୁଟରରେ ହ୍ବାଟସଆପ ବ୍ୟବହାର କରି ଭଏସ ଏବଂ ଭିଡିଓ କଲ କରିପାରୁନଥିବା ବେଳେ ଏବେ ସେହି ସୁବିଧା ସେମାନଙ୍କୁ ମିଳିପାରିବ। ଏ ନେଇ ଟୁଇଟ କରି ସୂଚନା ଦେଇଛି ହ୍ବାଟସଆପ।
ଏ ବିଷୟରେ ଘୋଷଣା କରି ହ୍ବାଟସଆପ ଟୁଇଟ କରିଛି ଯେ, “ବେଳେବେଳେ ଆପଣଙ୍କୁ ଟିକିଏ ଅଧିକ ସ୍ପେସ ଦରକାର ହୁଏ । ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ, ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ,ଟେଡ୍ ହୋଇଥିବା ଭଏସ୍ ଏବଂ ଭିଡିଓ କଲ୍ ବର୍ତ୍ତମାନ ଆମର ଡେସ୍କଟପ୍ ଆପରେ ଉପଲବ୍ଧ । ବର୍ତ୍ତମାନ ଡାଉନଲୋଡ୍ କରନ୍ତୁ।” ତେବେ whatsapp.com/download/ ଆପ୍ ଜରିଆରେ ଆପଣ ଅଧିକ ତଥ୍ୟ ପାଇପାରିବେ ।
&
Sometimes you just need a little more space. Secure and reliable, end-to-end encrypted voice and video calls are now available on our desktop app. Download now: https://t.co/JCc3rUunoU pic.twitter.com/PgCl76Mn7U
— WhatsApp (@WhatsApp) March 4, 2021
;