ସନ୍ଷ୍ଟାର ଟିଭି ବ୍ୟୁରୋ
ସୁଡାନ: ବିମାନର ଜରୁରୀକାଳୀନ ଅବତରଣ ଏକ ସାଧାରଣ ଘଟଣା । କିନ୍ତୁ ଏକ ବିଲେଇ ପାଇଁ ବିମାନର ଜରୁରୀକାଳୀନ ଅବତରଣ ନିଶ୍ଚିତ ଏକ ଅବିଶ୍ଵାସକର ଘଟଣା । ସୁଡାନର ଏକ ଯାତ୍ରୀବାହୀ ବିମାନରେ ଘଟିଛି ଏପରି ଘଟଣା । ଏହି ବିମାନର କକପିଟରେ ଏକ ବିଲେଇ ପଶି ଆସି ପାଇଲଟ ଉପରେ ଆକ୍ରମଣ କରିଥିଲା । ଯାହାଫଳରେ ବାଧ୍ୟ ହୋଇ ପାଇଲଟ୍ଙ୍କୁ ବିମାନ ଅବତରଣ କରିବାକୁ ପଡିଥିଲା ।
ସୁଡାନରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଟାର୍କୋ ଏଭିଏସନର ବିମାନ(ବିମାନ ସଂଖ୍ୟା ୩ଟି-୨୩୪) ସୁଡାନ ରାଜଧାନୀ ଖାର୍ତୁମରୁ ଦୋହା ଅଭିମୁଖେ ଯାତ୍ରା ଆରମ୍ଭ କରିବାର ଅଧା ଘଣ୍ଟା ମଧ୍ୟରେ ଏହି ଘଟଣା ଘଟିଥିଲା । ଏହାପରେ ବିମାନ ଖାର୍ତୁମ ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । କୁହାଯାଉଛି କି ବିଲେଇଟି କୌଣସି ଯାତ୍ରୀଙ୍କ ପୋଷା ଥିଲା ଓ ବିଲେଇ ବିମାନ ବନ୍ଦରରେ ସେତେବେଳେ ଚଢ଼ି ଯାଇଥିଲା ଯେତେବେଳେ ହ୍ୟାଙ୍ଗର ସଫେଇ ପାଇଁ ଛିଡ଼ା ହୋଇଥିଲା । ଯାତ୍ରା ସମୟରେ ସେ ବାହାରକୁ ଆସି ପାଇଲଟ ଉପରେ ଆକ୍ରମଣ କରିଥିଲା । ଗତ ସପ୍ତାହରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।