ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ନିଜର ନିଃସ୍ବାର୍ଥପର ସେବା ଓ ଶିକ୍ଷାଦାନ ପାଇଁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅରଖକୁଦ ଗାଁର ସିଲୁ ନାୟକ । ସାମରିକ ଓ ଅର୍ଦ୍ଧସାମରିକ ସେନାବାହୀନିରେ ଭର୍ତ୍ତି ହେବାକୁ ସ୍ବପ୍ନ ଦେଖୁଥିବା ଯୁବପୀଢିଙ୍କୁ ବିନା ମୂଲ୍ୟରେ ପ୍ରଶିକ୍ଷଣ ଦେଇ ସାରା ଦେଶର ଯୁବପିଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସିଲୁ । ‘ମନ କି ବାତ’ ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ସିଲୁ ସାରଙ୍କ ସେବାର ପ୍ରଶଂସକ ପାଲଟି ଯାଇଛନ୍ତି । ତେବେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ତାଙ୍କୁ ରାଜଭବନକୁ ଡାକି ସମ୍ମାନିତ କରିଛନ୍ତି । ଆଗକୁ ଏହି ସେବା ଜାରି ରଖିବାକୁ ସିଲୁ ସାରଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ ।
ସୂଚନା ଅନୁଯାୟୀ, ସିଲୁ ନାୟକଙ୍କଠାରୁ ପ୍ରଶିକ୍ଷଣ ପାଇ ୫୦ରୁ ଅଧିକ ଯୁବକ ଏବେ ଭାରତୀୟ ସେନା ବାହିନୀରେ ଯୋଗ ଦେଇ ସାରିଲେଣି ଏବଂ ଏବେ ଆହୁରି ୬୦ ଜଣ ତାଲିମ କେନ୍ଦ୍ରରେ ତାଲିମ ନେବା ଜାରି ରଖିଛନ୍ତି ।
Hon’ble Governor felicitated Silu Nayak, hailed as “man with a mission” by Hon’ble Prime Minister Sri @narendramodi in @mannkibaat for his spirit of selfless service while providing free training to the rural youth and helping them get into armed forces. pic.twitter.com/vbowArkw6k
— Governor Odisha (@GovernorOdisha) March 3, 2021