ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ସବୁଦିନ କିଛିନା କିଛି ଭାଇରାଲ ହୋଇଥାଏ ଯାହା ଲୋକମାନଙ୍କୁ ବେଶ୍ ଭଲ ଲାଗିଥାଏ ।ତେବେ ଏବେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କିଛି ଦିନ ଅନ୍ତରରେ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ କିଛି ନା କିଛି ମଜାଦାର ପୋଷ୍ଟ୍ ନିଶ୍ଚୟ କରିଥାନ୍ତି । ନିକଟରେ ସେ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ଏକ ହାତୀର ଫଟୋ ପୋଷ୍ଟ୍ କରି ସେଥିରେ ‘ଅବିଶ୍ବସନୀୟ ଭାରତ’ ବୋଲି ଲେଖିଛନ୍ତି । ସେ ହାତୀର ଯେଉଁ ଫଟୋଟି ଟ୍ବିଟ୍ରରେ ସେୟାର୍ କରିଛନ୍ତି ସେଥିରେ ହାତୀଟି ପ୍ୟାଣ୍ଟ୍, ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି ।
ଫଟୋଟିରେ ହାତୀଟି ଧଳା ରଂଗର ପ୍ୟାଣ୍ଟ୍ ଉପରେ କଳା ରଂଗର ବେଲ୍ଟ ବାନ୍ଧିଛି । ସେଥିରେ ପୁଣି ବାଇଗଣୀ ରଂଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ଆନନ୍ଦ ମହିନ୍ଦ୍ରାଙ୍କର ଏହି ପୋଷ୍ଟ୍ଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପୋଷ୍ଟ୍ଟିକୁ ଲୋକମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ।
&
Incredible India. Ele-Pant… pic.twitter.com/YMIQoeD97r
— anand mahindra (@anandmahindra) March 3, 2021
;