ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର,: କରୋନା ସଂକ୍ରମଣ ରାଜ୍ୟରେ ପାଉଥିଲେ ମଧ୍ୟ କରୋନାର ନୂତନ ଷ୍ଟ୍ରେନ୍ ଚିନ୍ତାର କାରଣ ସାଜିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୨ ଟି ଜିଲ୍ଲାରୁ ୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୪୯ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୩୨ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୫୨୯ ଜଣକୁ ବଢ଼ିଛି ।
ରାଜ୍ୟରେ ୭୯୨ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୩୪ ହଜାର ୭୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏବେ ସୁଦ୍ଧା ରାଜ୍ୟରେ ୮୪ ଲକ୍ଷ ୦୫ ହଜାର ୦୪୨ ସାମ୍ପୁଲ ଟେଷ୍ଟ୍ ହୋଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟର ସମ୍ଵଲପୁର ଜିଲ୍ଲାରେ ଅନ୍ୟ ଜିଲ୍ଲା ତୁଳନାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲା ଗୁଡିକରୁ ଏକ ଅଙ୍କ ମଧ୍ୟରେ ହିଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 3rd March
New Positive Cases : 81
In quarantine: 49
Local contacts: 32(Details of local contacts will be shared by concerned Dist Administration)
District Wise Cases:
1. Angul: 1
2. Balasore: 6
3. Bargarh: 7
4. Bhadrak: 4
5. Cuttack: 3
6. Deogarh: 1— I & PR Department, Odisha (@IPR_Odisha) March 4, 2021
 
7. Gajapati: 1
8. Ganjam: 1
9. Jagatsinghpur: 4
10. Jajpur: 4
11. Jharsuguda: 5
12. Kalahandi: 1
13. Kendrapada: 1
14. Khurda: 6
15. Malkangiri: 1
16. Mayurbhanj: 8
17. Nawarangpur: 1
18. Nuapada: 1
19. Puri: 2
20. Sambalpur: 15— I & PR Department, Odisha (@IPR_Odisha) March 4, 2021
 
21. Sonepur: 1
22. Sundargarh: 6
23. State Pool: 1New recoveries: 64
Cumulative tested: 8405042
Positive: 337529
Recovered: 334767
Active cases: 792— I & PR Department, Odisha (@IPR_Odisha) March 4, 2021
;