ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଏପଟେ କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ଓ ସେପଟେ ବସ୍ ଭଡା ବୃଦ୍ଧି । ସାଧାରଣ ଜନତାଙ୍କୁ ଗୋଟିଏ ପରେ ଗୋଟିଏ ଛାଟ ମାରିବା ସଦୃଶ୍ୟ କାମ କରୁଛନ୍ତି ସରକାର । ତେବେ ଆଜି ରାଜ୍ୟରେ ପୁଣି ଥରେ ବଢିଛି ବସ୍ ଭଡା । ସାଧାରଣ ଓ ଏକ୍ସପ୍ରେସ୍ ଭଡା ୧ କି.ମି. ପିଛା ୫ ପଇସା ବୃଦ୍ଧି ହୋଇଛି । ଡିଲକ୍ସ ଓ ଏସି ଡିଲକ୍ସ ଭଡା କିମି ପିଛା ୧୦ ପଇସା ବୃଦ୍ଧି ହୋଇଥିବାବେଳେ ସୁପର ଡିଲକ୍ସ ଭଡା କିମି ପିଛା ୧୫ ପଇସା ବୃଦ୍ଧି ହୋଇଛି ।
ଭଡା ବଢିବା ପରେ ସାଧାରଣ ଭଡା ୮୦ ପଇସାରୁ ୮୫ ପଇସା ହୋଇଛି । ଏକ୍ସପ୍ରେସ୍ ଭଡା ୫ ପଇସା ବୃଦ୍ଧି ପାଇ ୮୪ ପଇସାରୁ ୮୯ ପଇସା ହୋଇଛି । ଗତ ମାସ ୮ ତାରିଖରେ ବସ୍ ଭଡା ବୃଦ୍ଧି ହୋଇଥିଲା । ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ବସ୍ ଭଡା ବଢାଇବା ପାଇଁ ନିଷ୍ପତ୍ତି ନେଇଥିଲା ।