ସନ୍ଷ୍ଟାର ଟିଭି ବ୍ୟୁରୋ
ଆନନ୍ଦପୁର : ଆନନ୍ଦପୁର ସାତକୋଶିଆ ଘାଟିରେ ଏକ ଯାତ୍ରୀବାହୀ ବସ୍ ତଳକୁ ଓଲଟି ପଡିଛି । ଦୁର୍ଘଟଣା ସମୟରେ ବସ୍ରେ ପାଖାପାଖି ୪୦ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ ୨୦ ରୁ ଉର୍ଧ ଯାତ୍ରୀ ଆହତ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ସୂଚନା ମିଳିଛି ।
ସୂଚନାନୁସାରେ, ଦୁର୍ଘଟଣାର ସାମ୍ନା କରିଥିବା ଏହି ବସର ନାମ ହ୍ୟୁମାଲ ଅଟେ । ବସ୍ ଆନନ୍ଦପୁର- କରଞ୍ଜିଆରୁ ଭୁବନେଶ୍ବର ଆସୁଥିବା ସମୟରେ ଦୁର୍ଘଟଣାର ସାମ୍ନା ହୋଇଥିଲା । ତେବେ ଦୁର୍ଘଟଣାର ସଠିକ୍ କାରଣ ଜଣାପଡିନଥିବା ବେଳେ ବ୍ରେକ ଫେଲ ପାଇଁ ଏପରି ହୋଇଥିବା ଅନୁମାନ କରାଯାଉଛି ।