ସନ୍ଷ୍ଟାର ଟିଭି ବ୍ୟୁରୋ
ବୁର୍ଲା: ସମ୍ଵଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଲଗାତର କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ଵବିଦ୍ୟାଳୟର ପ୍ରାୟ ୨୫ରୁ ଅଧିକ ଛାତ୍ର କରୋନା ସଂକ୍ରମିତ ହୋଇସାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା ଶନିବାର ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟ (ଭିସୁଟ୍)ର ୧୧ ଛାତ୍ରାବାସ/ଛାତ୍ରୀନିବାସକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି । ତେବେ ଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜିର ପରୀକ୍ଷାକୁ ବାତିଲ୍ କରିଥିବା ନେଇ ଗତକାଲି ବିବିଜ୍ଞପ୍ତି ଜାରି କରିଛନ୍ତି । ବାତିଲ୍ ହୋଇଥିବା ପରୀକ୍ଷା କେବେ କରାଯିବ ସେନେଇ ପରବର୍ତ୍ତୀ ସମୟରେ ସୂଚିତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଳେଖ ରହିଛି ।
ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀ ପାଠ୍ୟକ୍ରମର ଦ୍ବିତୀୟ, ଚତୁର୍ଥ, ଷଷ୍ଠ ଓ ଅଷ୍ଟମ, ଦଶମ ସେମିଷ୍ଟର୍ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଆସନ୍ତା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଏକାଡେମିକ୍ କ୍ୟାମ୍ପସକୁ ଆସିବାକୁ ମନା କରାଯାଇଛି । ଅନଲାଇନ୍ କ୍ଲାସ୍ କରିବାକୁ ପରାମର୍ଶ ଦିଆଯାଇଛି ।