ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଯଦି ଆପଣ ନୂଆ ଘର କମ ଦାମରେ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ରହିଛି ଭଲ ସୁଯୋଗ । ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସ୍ବିଆଇ ନିଜର ପ୍ରପଟି ନିଲାମ କରିବାକୁ ଯାଉଛି । ଏହି ମେଗା ଅକ୍ସନ (e-auction) ୫ ମାର୍ଚ୍ଚରୁ ଆରମ୍ଭ ହେବ । ଏଥର ନିଲାମୀରେ ପ୍ରାୟ ୧୦୦୦ ରୁ ଅଧିକ ଘର ବା ସମ୍ପତ୍ତି ନିଲାମ ହେବାକୁ ଯାଉଛି ।ଏହି ସମ୍ପତ୍ତି ମଧ୍ୟରେ ରହିଛି ରେସିଡେଣ୍ଟିଆଲ, ଇଣ୍ଡଷ୍ଟ୍ରିଆଲ, କମର୍ସିଆଲ ଓ ଏଗ୍ରିକଲଚର ।
ତେବେ ଏହି ସମ୍ପତ୍ତି ଗୁଡିକ ହେଉଛି ଡିଫଲ୍ଟ ସମ୍ପତ୍ତି । ଯାହାକୁ ସମୟ ମଧ୍ୟରେ ପ୍ରପଟିର ମାଲିକ ଲୋନ୍ ପରିଶୋଧ କରିନାହାନ୍ତି କିମ୍ବା କୌଣସି କାରଣରୁ ଦେଇ ପାରି ନାହାନ୍ତି ସେମାନଙ୍କ ଘରକୁ ବ୍ୟାଙ୍କ ନିଜ କବଜାରେ ନେଇଥାଏ । ନିଜର ପଇସାକୁ ଫେରି ପାଇବାକୁ ଏହି ସମ୍ପତ୍ତିକୁ ନିଲାମ କରିଥାନ୍ତି ତେବେ https://www.bankeauctions.com/Sbi ଲିଙ୍କ ଜରିଆରେ ନିଲାମୀ ବିଷୟରେ ଅଧିକ ସୂଚନା ପାଇ ପାରିବେ । ଏହାଛଡା ଏହି ଲିଙ୍କ https://ibapi.in/ ଜରିଆରେ ମଧ୍ୟ ଆପଣଙ୍କୁ ପ୍ରପଟି ବିଷୟରେ ସୂଚନା ମିଳିପାରିବ । ଉଲ୍ଲେଖନୀୟ ଯେ, ଏହି ପ୍ରପର୍ଟି ଦେଶର ଅଲଗା ଅଲଗା ସହରରେ ରହିଛି ତେବେ ଆପଣଙ୍କ ପାଇଁ ନିଜର ଲୋକେସନ୍ ହିସାବରେ ନିଲାମୀ ଡାକି ପାରିବେ । ଏହି ନିଲାମୀ ପ୍ରକ୍ରିୟା ୫ମାର୍ଚ୍ଚରୁ ଆରମ୍ଭ ହୋଇଯିବ ।