ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଗତକାଲି ଅଗ୍ନିଶମ ଡିଜି ପଦବୀରୁ ସ୍ବେଚ୍ଛାକୃତ ଅବସର ନେଇଥିବା ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଆଜି ଓଡିଶା ଲୋକସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଓଡ଼ିଶା ପୁଲିସର ପୁଲିସ କମିସନର, ଇଣ୍ଟିଲିଜେନ୍ସି ଡାଇରେକ୍ଟର ଓ ଅଗ୍ନିଶମ ଡିଜି ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ସଫଳତାର ସହ କାର୍ଯ୍ୟଭାର ସମ୍ଭାଳିଥିଲେ ଆଇପିଏସ ସତ୍ୟଜିତ ମହାନ୍ତି । ଏବେ ଓଡ଼ିଶା ସରକାରଙ୍କ ବିଭିନ୍ନ ପଦପଦବୀର ଚୟନ କରୁଥିବା ଓପିଏସସିର ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ ସେ ଅଢ଼େଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିବେ ।
ତେବେ ଗତକାଲି ସେ ଅଗ୍ନିଶମ ଡିଜି ପଦବୀରୁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ ।