ସନ୍ଷ୍ଟାର ଟିଭି ବ୍ୟୁରୋ
ଅନନ୍ତପୁର: ମାତ୍ର ୯ ବର୍ଷର ବାଳିକା ଋତ୍ଵିକାଶ୍ରୀ ନିଜ ନାମରେ ଏକ ଅଭିନବ ଉପଲବ୍ଧି ହାସଲ କରିଛି । ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀ ଜଣକ ଆଫ୍ରିକା ମହାଦେଶର ସବୁଠୁ ଉଚ୍ଚ ଶିଖର ତଞ୍ଜାନିଆରେ ମାଉଣ୍ଟ କିଲିମଞ୍ଜାରୋର ଶୀର୍ଷକୁ ଛୁଇଁ ଇତିହାସ ରଚିଛି ।
ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଗ୍ରାମରେ ରହୁଥିବା ଋତ୍ଵିକାଶ୍ରୀ ଏହି ଉପଲବ୍ଧି ହାସଲ କରିବାରେ ବିଶ୍ଵର ଦ୍ଵିତୀୟ ଓ ଏସିଆ ମହାଦେଶର ସବୁଠୁ କମ୍ ବୟସର ବାଳିକା ଅଟନ୍ତି । ତେବେ ଏହି ପର୍ବତର ଶିଖରକୁ ଛୁଇଁବା ସମୟରେ ଗାଇଡ୍ ଭାବରେ ତାଙ୍କ ପିତା ତାଙ୍କ ସହ ଉପସ୍ଥିତ ଥିଲେ । ଋତ୍ଵିକାଶ୍ରୀ ସମୁଦ୍ର ପତ୍ତନଠାରୁ ୫,୬୮୧ ମିଟରର ଉଚ୍ଚ ଗିଲମୈନ୍ସ ପାଇଣ୍ଟ ପର୍ୟ୍ୟନ୍ତ ଚଢିଥିଲା ।
ଋତ୍ଵିକା ତେଲେଙ୍ଗାନାର ଭୌଙ୍ଗିରରେ ରକ୍ କ୍ଲାଇମ୍ବସ୍ ସ୍କୁଲରେ ପ୍ରାରମ୍ଭିକ ତାଲିମ ନେଇଥିଲେ । ଏହାପରେ ସେ ଲଦାଖରେ ଦ୍ଵିତୀୟ ପର୍ଯ୍ୟାୟ ତାଲିମ ନେଇଥିଲେ । ତେବେ ତାଙ୍କର ଏହି ଉପଲବ୍ଧି ପରେ ଅନନ୍ତପୁରର ଜିଲ୍ଲାପାଳ ଟ୍ଵିଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
 
Congratulations to Ritwika Sree of Ananthapur for becoming the world’s second youngest& Asia’s youngest girl to scale Mt Kilimanjaro. You have grabbed the opportunities despite many odds.Keep inspiring@ysjagan #APGovtSupports#AndhraPradeshCM#PowerofGirlChild pic.twitter.com/Xu8LZw8OVz
— Gandham Chandrudu IAS (@ChandruduIAS) February 28, 2021
;