ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏକ ସଂଗୀତ ‘ଏ ମାଟି ଓଡ଼ିଶା… ଏ ଜାତି ଓଡ଼ିଆ…’ ପ୍ରସ୍ତୁତ କରିଛନ୍ତି । ଯେଉଁ ସଙ୍ଗୀତର କଣ୍ଠଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କେବଳ ରାଜ୍ୟପାଳ ନୁହନ୍ତି, ଏଥିରେ ୧୪ ଜଣ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ମଧ୍ୟ କଣ୍ଠଦାନ କରିଛନ୍ତି । ତେବେ ଆସନ୍ତା ଉତ୍କଳ ଦିବସ ଅବସରରେ ଏହି ସଙ୍ଗୀତ ଭିଡିଓ ସହ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି । ବସନ୍ତ ରାଜ ସାମଲ ଏହି ଗୀତଟିକୁ ଲେଖିଥିବା ବେଳେ ଭିନ୍ନ ଭିନ୍ନ କଣ୍ଠଶିଳ୍ପୀଙ୍କୁ ନେଇ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ ।
ତେବେ ସଂଗୀତ ରେକର୍ଡ଼ିଂ ପରେ ଷ୍ଟୁଡିଓରୁ ବାହାରି ରାଜ୍ୟପାଳ କହିଛନ୍ତି, ଏହା ଏକ ଅତି ମଧୁର ସଂଗୀତ । ଏହି ଗୀତର ମାଧୁର୍ଯ୍ୟରେ ସମସ୍ତେ ଆତ୍ମହରା ହୋଇଯିବେ ।