ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ-୧୯ ଟିକା ନେଇଛନ୍ତି । ବିଧାନ ସଭା ପରିସରରେ ଥିବା ଚିକିତ୍ସାଳୟରେ ତାଙ୍କୁ କରୋନା ଟିକା ଦିଆଯାଇଛି । ‘ଭାରତ ବାୟୋଟେକ୍’ ଏବଂ ‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ’ (ଆଇସିଏମ୍ଆର୍) ଦ୍ୱାରା ସ୍ୱଦେଶରେ ପ୍ରସ୍ତୁତ ‘କୋଭାକ୍ସିନ୍’ ଟିକାକୁ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏନେଇ ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । ସମସ୍ତ ବୈଜ୍ଞାନିକ, ସ୍ଵାସ୍ଥ୍ୟକର୍ମୀମାନଙ୍କୁ କୃତଜ୍ଞତା ଜଣାଇବା ସହିତ ଯୋଗ୍ୟ ଲୋକମାନଙ୍କୁ କୋଭିଡ ଟିକା ନେଇ ରାଜ୍ୟକୁ ‘କୋଭିଡ ମୁକ୍ତ ଓଡିଶା’ ବନାଇବାକୁ ସେ ଆହ୍ଵାନ ଦେଇଛନ୍ତି ।
&
Happy to share that I took my first dose of #COVID19 vaccine today. Grateful to our scientists, health workers for their race against time to deliver the vaccines to people.
Appeal to all eligible people to come forward and get vaccinated for a #CovidFreeOdisha. pic.twitter.com/aqqKSeb2ME
— Naveen Patnaik (@Naveen_Odisha) March 1, 2021
;