ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜିର ଦିନକୁ ଅର୍ଥାତ୍ ମାର୍ଚ୍ଚ ୧କୁ ଦହିବରା ଆଳୁଦମ୍ ଦିବସ ଭାବେ ପାଳନ କରାଯାଏ । ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ ମଧ୍ୟରେ ଦହିବରା ଆଳୁଦମର ନାମ ରହିଛି । ଖରା ଦିନ ହେଲେ ଦହିବରା ଷ୍ଟଲ ପାଖରେ ବେଶି ଭିଡ ଦେଖିବାକୁ ମିଳେ । ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ମିଳିଥାଏ । କିନ୍ତୁ କଟକର ଦହିବରା ଆଳୁଦମ୍ର ସ୍ଵାଦ ବେଶ୍ ନିଆରା ରହିଥାଏ ଓ ଏଠାକାର ଦହିବରା ଦେଶରେ ପ୍ରସିଦ୍ଧ ଅଟେ ।
କଟକର ଗଳିକନ୍ଦିରେ ଦହିବରା ଆଳୁଦମ୍ ମିଳିଥାଏ । ଏମାନଙ୍କ ମଧ୍ୟରେ ରଘୁ ଦହିବରା ସବୁଠାରୁ ଆଗରେ ରହିବ । ସେହିପରି ବାରବାଟୀ ଷ୍ଟାଡିୟମର ରମେଶ ଦହିବରା, ଦୋଳମୁଣ୍ଡାଇର ହରିହର ଦହିବରା, ମଙ୍ଗଳାବାଗର ପ୍ରତାପ ଦହିବରା, ଅପର୍ଣ୍ଣାନଗରର ପ୍ରମୋଦ ଦହିବରା ଓ ଏସିସିବିର ରଙ୍କ ଦହିବରା ଷ୍ଟଲ ପାଖରେ ଲୋକଙ୍କ ପ୍ରବଳ ଗହଳି ଲାଗେ । ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ବେଶ୍ ସ୍ଵାଦିଷ୍ଟ ଦହିବରା ମିଳିଥାଏ ।