ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ୧୯୯୯ର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପରିସମାପ୍ତି ଘଟାଇଛନ୍ତି ଉଚ୍ଚ ନ୍ୟାୟାଳୟ । ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇସାରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ନିକଟରେ ଗିରଫ କରାଯାଇଛି ବୋଲି ସତ୍ୟପାଠ ଦାଖଲ କରାଯାଇଥିଲା । ଏହି ସତ୍ୟପାଠ ଦାଖଲ କରିଥିଲେ ରାଜ୍ୟ ସରକାର ଓ ସିବିଆଇ । ତେବେ ଏହାପରେ ହାଇକୋର୍ଟ ଏହି ମାମଲାର ପରିସମାପ୍ତି ଘଟାଇଛନ୍ତି ।
ତେବେ ୨୦୦୨ରେ ତଦନ୍ତରେ ଶିଥିଳତା ଓ ଷଡ଼ଯନ୍ତ୍ର ଅଭିଯୋଗ କରି ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା ।
ସୂଚନାଯୋଗ୍ୟ; କିଛି ଦିନ ତଳେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କୁ କମିଶନରେଟ୍ ପୋଲିସ ପୁନେରୁ ଗିରଫ କରିଥିଲା ।