ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ଵାଇ: ସୋସିଆଲ୍ ମିଡିଆରେ ସବୁଦିନ କିଛି ନା କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଥାଏ ।ଯାହାକୁ ଦେଖି ୟୁଜର୍ସମାନେ ଖୁବ୍ ଆଚମ୍ଵିତ ହୋଇଥାନ୍ତି । ତେବେ ଏବେ ଭାଇରାଲ ହେଉଛି ବଲିଉଡ୍ ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟଙ୍କ ପରି ଅବିକଳ ଦେଖାଯାଉଥିବା ଜଣେ ମହିଳାଙ୍କ ଫୋଟୋ ।
ସେହି ମହିଳା ଜଣଙ୍କ ହେଉଛନ୍ତି ପାକିସ୍ତାନର ବ୍ଲଗର ଆମନା ଇମରାନ । ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସେ ସେୟାର କରିଥିବା ନିଜର ଫୋଟୋକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । କାରଣ ତାଙ୍କ ଆଖି, ମୁହଁ ଅବିକଳ ମିସ୍ ଓ୍ଵାର୍ଲ୍ଡ ଐଶ୍ଵର୍ଯ୍ୟା ରାୟଙ୍କ ପରି ଦେଖାଯାଉଛି । ଆମନାଙ୍କ ଅନେକ ଫୋଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ।
ଆମନା ଜଣେ ବିୟୁଟି ବ୍ଲଗର ଅଟନ୍ତି । ସେ କେବଳ ଐଶ୍ଵର୍ଯ୍ୟା ରାୟଙ୍କ ପରି ଦେଖାଯାଆନ୍ତି ନୁହେଁ ସେ ଐଶ୍ଵର୍ଯ୍ୟା ରାୟଙ୍କ ଷ୍ଟାଇଲ୍କୁ ମଧ୍ୟ କପି କରୁଥିବାର ଦେଖାଯାଆନ୍ତି । ନିଜ ଇନ୍ଷ୍ଟାଗ୍ରାମରେ ଐଶ୍ଵର୍ଯ୍ୟା ରାୟଙ୍କ ପରି ସେ ଅନେକ ଫୋଟୋ ସେୟାର କରିଛନ୍ତି ।