ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସାନଫ୍ରାନସିସକୋରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଘରକୁ ଭାଙ୍ଗିବାକୁ ପଡିବ ବୋଲି ଟ୍ରକ ସାହାଯ୍ୟରେ ଅନ୍ୟ ସ୍ଥାନକୁ ବୋହି ନେଇଛନ୍ତି ମାଲିକ ।ତେବେ ଏଥିପାଇଁ ତାଙ୍କୁ ୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । ତେବେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଦେଖି ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏହି ୫ ହଜାର ବର୍ଗଫୁଟର ଘରକୁ ୧ କିଲୋମିଟର ନେବାକୁ ପ୍ରାୟ ୬ ଘଣ୍ଟା ସମୟ ଲାଗିଥିଲା । ସେ ଏହି ଘର ସ୍ଥାନାନ୍ତର କରିବା ପାଇଁ ସିଭିଲ ଇଂଜିନିୟରଙ୍କ ସାହାଯ୍ୟ ନେଇଥିଲେ ।
ତେବେ ଏହି ଘରଟିରେ ୬ଟି ବେଡ଼ରୁମ ଥିବାବେଳେ ୧୩୯ ବର୍ଷର ପୁରୁଣା ଘରକୁ ୧ କିଲୋମିଟର ନେବାକୁ ପ୍ରାୟ ୬ ଘଣ୍ଟା ସମୟ ଲାଗିଥିଲା | ତେବେ ଏଥିପାଇଁ ରାସ୍ତାରେ ଥିବା କିଛି ଗଛର ଶାଖାକୁ କାଟିବାକୁ ପଡିଥିଲା | ଘର ସ୍ଥାନାନ୍ତର ପାଇଁ ଘରର ମାଲିକ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେଇଥିଲେ ।