ସନଷ୍ଟାର ଟିଭି ବ୍ୟୁରୋ
କିଡନୀକୁ ସର୍ବଦା ସୁସ୍ଥ ରଖିବା ପାଇଁ ଚାହୁଁଥିଲେ ଏହି ୫ ଟି କଥା ଉପରେ ଧ୍ୟାନ ଦିଅନ୍ତୁ ।
୧. ଅଧିକ ପାଣି ପିଅନ୍ତୁ ନାହିଁ- ଯଦି ଶରୀରରେ ଜଳର ଅଭାବ ଥାଏ, ତେବେ ଏହା ସର୍ବପ୍ରଥମେ ଆପଣଙ୍କ କିଡନୀକୁ ପ୍ରଭାବିତ କରିଥାଏ । ସେଥିପାଇଁ ପ୍ରତିଦିନ ୫-୬ ଗ୍ଲାସ୍ ପାଣି ପିଇବା ଜରୁରୀ । କିନ୍ତୁ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଭଲ ନୁହେଁ ।
୨-ସୁସ୍ଥ ଖାଦ୍ୟ ଖାଆନ୍ତୁ- ଉଚ୍ଚ ରକ୍ତଚାପ, ମଧୁମେହ, ହୃଦଘାତ ଭଳି ରୋଗ ହେତୁ କିଡନୀ ରୋଗ ମଧ୍ୟ ହୁଏ । ସେଥିପାଇଁ ଏହା ଅତ୍ୟନ୍ତ ଜରୁରୀ ଯେ ଆପଣ ସୁସ୍ଥ ଖାଦ୍ୟ ଖାଆନ୍ତୁ, ଯାହା ଦ୍ବାରା ଆପଣଙ୍କର ବିପି ନିୟନ୍ତ୍ରଣରେ ରହିବ, ମଧୁମେହ ଏବଂ ହୃଦରୋଗ ମଧ୍ୟ ହେବନାହିଁ ।
୩. ବ୍ୟାୟାମ- ଯଦି ଆପଣ ନିୟମିତ ଭାବରେ ଶାରୀରିକ କାର୍ଯ୍ୟକଳାପ ଜାରି ରଖନ୍ତି, ତେବେ ଆପଣଙ୍କର ଓଜନ ମଧ୍ୟ ନିୟନ୍ତ୍ରଣରେ ରହିବ ଏବଂ ଉଚ୍ଚବିପିର ର କୌଣସି ଅସୁବିଧା ହେବ ନାହିଁ । ତେଣୁ ନିୟମିତ ବ୍ୟାୟାମ କରନ୍ତୁ ।
୪. ଧୂମପାନ କରିବାର ଅଭ୍ୟାସ ତ୍ୟାଗ କରନ୍ତୁ- ଧୂମପାନ ହେତୁ ରକ୍ତ ନଳୀରେ କ୍ଷତି ଘଟିଥାଏ । ଯେଉଁ କାରଣରୁ କିଡନୀରେ ରକ୍ତ ପ୍ରବାହ କମିଯାଏ । ଏବଂ କିଡନୀ କାର୍ଯ୍ୟ ପ୍ରଭାବିତ ହେବାକୁ ଲାଗେ । ତେଣୁ ଯଦି ଆପଣ ଧୂମପାନ କରନ୍ତି ତେବେ ଆଜି ଆପଣଙ୍କର ଅଭ୍ୟାସ ପରିବର୍ତ୍ତନ କରନ୍ତୁ ।
୫. ହର୍ବାଲ୍ ସପ୍ଲିମେଣ୍ଟ ଗୁଡିକର ଗ୍ରହଣକୁ ହ୍ରାସ କରନ୍ତୁ- ଭିଟାମିନ୍ ସପ୍ଲିମେଣ୍ଟସ୍ କିମ୍ବା ହର୍ବାଲ୍ ସପ୍ଲିମେଣ୍ଟଗୁଡିକର ଅଧିକ ମାତ୍ରାରେ ଗ୍ରହଣ କରିବା ଦ୍ୱାରା କିଡନୀ ନଷ୍ଟ ହୋଇପାରେ । ତେଣୁ ଏହି ଜିନିଷଗୁଡିକ ବ୍ୟବହାର କରିବା ପୂର୍ବରୁ ଆପଣଙ୍କର ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।